ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ପିପିଲି ମହାବିଦ୍ୟାଳୟ, ପିପିଲି, ପୁରୀର ଏକ ପ୍ରମୁଖ ବିଭାଗ | ୧୯୭୭ ମସିହାରେ କଳଲେଗେ ପ୍ରତିଷ୍ଠା ଦିନରୁ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ ଓ ଇଚ୍ଛାଦିନ ପତ୍ର ଭାବେ +୨ ପାଇଁ ଏଠାରେ ଗ୍ରହଣ କରାଯାଇଛି | ୧୯୯୧-୯୨ ମସିହାରୁ +୩ ସ୍ୱୀକୃତି ପାଇବା ପରଠାରୁ ଓଡ଼ିଆ ଭାଷା ଏକ ସମ୍ମାନ ଭାବରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଗ୍ରହଣୀୟ ହୋଇଅଛି | ପ୍ରଥମେ ଓଡ଼ିଆ ସମ୍ମାନ ୧୬ ସିଟ୍ ବିଶିଷ୍ଟ ଥିଲାବେଳେ ପରବର୍ତୀ ସମୟରେ ଏହା ୪୦ ସିଟ୍ ବିଶିଷ୍ଟ ହୋଇଅଛି | ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଆ ବିଭାଗର ଏକ ବିଭାଗୀୟ ପାଠଚକ୍ର ପାଠାଗାର ରହିଅଛି | ଛାତ୍ରଛାତ୍ରୀମାନଙ୍କର ପାଇଁ ଉଦ୍ଦିଷ୍ଟ ଏହି ପାଠାଗାରରେ ପ୍ରାୟ ୫୦୦ରୁ ଉର୍ଧ ଦରକାରୀ ପୁସ୍ତକ ରହିଅଛି | ପ୍ରତିବର୍ଷ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯିବା ସହ ବିଦାୟୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦାୟ ଉତ୍ସବ ମଧ୍ୟ ପାଳନ କରାଯାଏ | ତତ୍ ସହିତ ବିଭାଗ ଅନୁକୁଲ୍ୟରେ ପ୍ରତିବର୍ଷ ପାଠଚକ୍ର, ଭାଷା ଦିବସ ପାଳନ, ବଣଭୋଜି, ସରସ୍ବତୀ ପୂଜା, ଓ ଗଣେଶ ପୂଜା ପ୍ରବୃତି ଉତ୍ସବର ଆୟୋଜନ କରାଯାଏ | ବର୍ତମାନ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଭାଗ ମୁଖ୍ୟ ଭାବରେ ଡ. ସଂଗ୍ରାମ କେଶରୀ ପରିଡା କାର୍ଯ୍ୟ ନିର୍ବାହ କରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ. ଲୋକନାଥ ସେଠୀ, ଅଧ୍ୟାପିକା ଶ୍ରୀମତୀ ମନସ୍ବିନୀ ରାଉତ, ଅଧ୍ୟାପିକା ଶ୍ରୀମତୀ ପୁଷ୍ପଲତା ବିଶୋୟୀ ଏବଂ ଅଧ୍ୟାପିକା ଶ୍ରୀମତୀ ସ୍ମିତା ଲେଙ୍କା ପ୍ରବୃତି ବିଭାଗରେ ଅଧ୍ୟାପନା କରୁଛନ୍ତି | ଓଡ଼ିଆ ଭାଷା ସାହିତ୍ୟରେ ଛାତ୍ରଛାତ୍ରୀମାନଙ୍କର ଉତ୍କର୍ଷ ସଫଳତା ପ୍ରତିବର୍ଷ ଅନୁମେୟ ହୁଏ |
ଅଧ୍ୟାପକ / ଅଧ୍ୟାପିକାଙ୍କ ବିବରଣୀ
ଡ. ସଂଗ୍ରାମ କେଶରୀ ପରିଡା ( ବିଭାଗ ମୁଖ୍ୟ )
ଅଧ୍ୟାପକ
ଏମ୍.ଏ, ପି.ଏଚ୍ ଡ଼ି
ମୋ – 9937374277
ଇମେ୍ଲ – Sangramkeshariparida@gmail.com
ଡ. ଲୋକନାଥ ସେଠୀ
ଅଧ୍ୟାପକ
ଏମ୍.ଏ, ୟୁଜିସି- ନେଟ୍- ଜେ.ଆର୍.ଏଫ୍, ଏମ୍.ଫିଲ୍, ପି.ଏଚ୍ ଡ଼ି
ମୋ – 9348330830
ଇମେ୍ଲ – drlokanathsethi976@gmail.com
ଶ୍ରୀମତୀ ମନସ୍ଵିନୀ ରାଉତ
ଅଧ୍ୟାପିକା
ଏମ୍.ଏ
ମୋ – 9937311056
ଇମେ୍ଲ – manaswini.pipinayak@gmail.com
ଶ୍ରୀମତୀ ପୁଷ୍ପଲତା ବିଶୋଇ
ଅଧ୍ୟାପିକା
ଏମ୍.ଏ, ବି. ଏଡ଼୍
ମୋ – 9337692983
ଇମେ୍ଲ – puspalatabisoi92@gmail.com
ଶ୍ରୀମତୀ ସ୍ମିତା ଲେଙ୍କା
ଅଧ୍ୟାପିକା
ଏମ୍.ଏ
ମୋ – 7381361430
ଇମେ୍ଲ – smitalenka1990@gmail.com